Oriya Bible

Zechariah 4:1-13 in Oriya

Zechariah 4:1
ତା'ପ ରେ ମାେ ସହିତ ଆଳାପ କରୁଥିବା ସହେି ସ୍ବର୍ଗଦୂତ ମାେ ନିକଟକୁ ଫରେିଆସିଲେ ଓ ମାେତେ ଜାଗ୍ରତ କରାଇଲେ। ମୁଁ ନିଦ୍ରାରୁ ଉଠିଲା ଲୋକ ପରି ଉଠିଲି।

Zechariah 4:2
ତାହାପ ରେ ସହେି ସ୍ବର୍ଗଦୂତ ମାେତେ ପଚାରିଲେ, ତୁମ୍ଭେ କ'ଣ ଦେଖୁଛ?

Zechariah 4:3
ସହେି ପାତ୍ରର ଦକ୍ଷିଣ ଓ ବାମ ପାଶର୍‌ବ ରେ ଗୋଟିଏ ଗୋଟିଏ ଅଲିଭ ବୃକ୍ଷ ଅଛି।

Zechariah 4:4
ମାେ ସହିତ ଆଳାପ କରୁଥିବା ସ୍ବର୍ଗଦୂତଙ୍କୁ ମୁଁ ପଗ୍ଭରିଲି, ମାରେ ମହାଶୟ, ଏଗୁଡିକ ସବୁ କଣ?

Zechariah 4:5
ମାେ ସହିତ ଆଳାପ କରୁଥିବା ସ୍ବର୍ଗଦୂତ ଉତ୍ତର କଲେ, ତୁମ୍ଭେ କ'ଣ ଜାଣ ନାହିଁ ଏଗୁଡିକ ସବୁ କ'ଣ?

Zechariah 4:6
ସେ କହିଲେ, ଏହା ୟିରୁଦ୍ଦାବିଲଙ୍କ ପ୍ରତି ସଦାପ୍ରଭୁଙ୍କ ବାର୍ତ୍ତା, 'ଏହା ପରାକ୍ରମ କି ବଳଦ୍ବାରା ନୁହେଁ, ଆମ୍ଭର ଆତ୍ମାରୁ ଆସିବ।' ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କୁହନ୍ତି।

Zechariah 4:7
ହେ ମହାନ୍ ପର୍ବତ! ତୁମ୍ଭେ କଣ? ୟିରୁଦ୍ଦାବିଲ ସମ୍ମୁଖ ରେ ତୁମ୍ଭେ ଗୋଟିଏ ସମତଳଭୂମି ପରି। 'ପରମେଶ୍ବରଙ୍କର ଏହା ଉପ ରେ କୃପା ହେଉ! ଧ୍ବନି ମଧିଅରେ ସେ କଣର ପ୍ରସ୍ତର ଆଣିବ।'

Zechariah 4:8
ସଦାପ୍ରଭୁ ଏହି ବାର୍ତ୍ତା ମାେତେ ପଠାଇଲେ।

Zechariah 4:9
ୟିରୁଦ୍ଦାବିଲ ଆମ୍ଭ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରିଛି ଓ ସେ ମନ୍ଦିର ନିର୍ମାଣର କାର୍ୟ୍ଯ ଶଷେ କରିବ। ତା'ପ ରେ ତୁମ୍ଭମାନେେ ଜାଣିବ ସର୍ବଶକ୍ତିମାନ୍ ସଦାପ୍ରଭୁ ମାେତେ ତୁମ୍ଭମାନଙ୍କ ନିକଟକୁ ପଠାଇଛନ୍ତି।

Zechariah 4:10
ଯେଉଁମାନେ କି େଛାଟ ଜିନିଷଗୁଡିକୁ ଘୃଣା କରନ୍ତି, ସମାନେେ ଆନନ୍ଦ କରିବେ, ଯେତବେେଳେ ସମାନେେ ୟିରୁଦ୍ଦାବିଲଙ୍କ ହାତ ରେ ଓଳମ ଦେଖିବେ। ବର୍ତ୍ତମାନ ଏହି ସାତଟି ପାଶର୍‌ବ ସଦାପ୍ରଭୁଙ୍କର ଚକ୍ଷୁ, ଯାହା ସମଗ୍ର ପୃଥିବୀକୁ ଦେଖେ।

Zechariah 4:11
ତା'ପ ରେ ମୁଁ ତାଙ୍କୁ କହିଲି, ଦ୍ବୀପରୂଖା ବାମ ଓ ଡାହାଣ ପଟେ ଦୁଇ ଦୁଇଟି ଅଲିଭ୍ ବୃକ୍ଷର ଅର୍ଥ କ'ଣ?

Zechariah 4:12
ମୁଁ ମଧ୍ଯ ତାଙ୍କୁ ପଗ୍ଭରିଲି, ମୁଁ ଏହି ଯେଉଁ ଦୁଇ ଅଲିଭ୍ ଶାଖାଗୁଡିକରୁ ଅଲିଭ୍ ତୈଳ ସୁବର୍ଣ୍ଣ ନଳ ଦୁଇଟିକୁ ଢାଳୁଥିବାର ଦେଖୁଛି, ଏହାର ଅର୍ଥ କ'ଣ?

Zechariah 4:13
ତା'ପ ରେ ସହେି ସ୍ବର୍ଗଦୂତ ଉତ୍ତର କଲେ, ତୁମ୍ଭେ ଏଗୁଡିକର ଅର୍ଥ କ'ଣ ଜାଣ ନାହିଁ?