Proverbs 10:1-30 in Oriya

Proverbs 10:1
ଏଗୁଡ଼ିକ ହେଉଛି ଶଲୋମନଙ୍କ ହିତାପଦେେଶ। ଜ୍ଞାନୀ ପୁତ୍ର ପିତାକୁ ଆନନ୍ଦିତ କରେ। କିନ୍ତୁ ମୂର୍ଖ ପୁତ୍ର ତା'ର ମାତାର ଦୁଃଖ ବଢ଼ାଏ।

Proverbs 10:2
ଯଦି ଜଣେ କୁକର୍ମ କରି ଧନ ଅର୍ଜନ କରେ, ତବେେ ତାହା କାର୍ୟ୍ଯ ରେ ଲାଗେ ନାହିଁ। ଧାର୍ମିକତା ମୃତ୍ଯୁରୁ ରକ୍ଷା କରେ।

Proverbs 10:3
ସଦାପ୍ରଭୁ ଧାର୍ମିକମାନଙ୍କର ଯତ୍ନ ନିଅନ୍ତି। ସେ ଆବଶ୍ଯକ ପରିମାରଣର ଖାଦ୍ୟ ଯୋଗନ୍ତି। କିନ୍ତୁ ସଦାପ୍ରଭୁ ଦୁଷ୍ଟମାନଙ୍କର କାମନା କ୍ଷୁର୍ଣ୍ଣ କରନ୍ତି।

Proverbs 10:4
ଅଳସୁଆ ଦରିଦ୍ର ହବେ। ପରିଶ୍ରମୀ ଲୋକ ଧନୀ ହବେ।

Proverbs 10:5
ବୁଦ୍ଧିମାନ ଲୋକ ଉତ୍ତମ ସମୟରେ ଶସ୍ଯ ସଂଗ୍ରହ କରେ, କିନ୍ତୁ ଯେଉଁ ବ୍ଯକ୍ତି ଏହି ସମୟରେ ଶାଇେପଡ଼େ, ତାହା ଲଜ୍ଜାଜନକ।

Proverbs 10:6
ଧାର୍ମିକର ମସ୍ତକରେ ଆଶୀର୍ବାଦ ବର୍ଷେ, ମାତ୍ର ଦୁଷ୍ଟର ମୁଖ ଦୌରାତ୍ମ୍ଯ ରେ ପରିପୂର୍ଣ୍ଣ ହୁଏ।

Proverbs 10:7
ଧାର୍ମିକ ଲୋକମାନେ ଆଦର ସହକା ରେ ମନେ ରଖନ୍ତି କିନ୍ତୁ ଦୁଷ୍ଟ ବ୍ଯକ୍ତିର ନାମ ଦୁର୍ଗନ୍ଧ ବାସନା ପରି ହୁଏ।

Proverbs 10:8
ଜ୍ଞାନୀ ଲୋକ ଆଜ୍ଞାସବୁ ମାନେ କିନ୍ତୁ ମୂର୍ଖ ଲୋକ ୟୁକ୍ତି କରେ ଓ ନିଜକୁ ବିପର୍ୟ୍ଯଯ ଆଡ଼କୁ ଟାଣିନିଏ।

Proverbs 10:9
ଜଣେ ସଚ୍ଚୋଟ ବ୍ଯକ୍ତି ରକ୍ଷା ପାଏ, କିନ୍ତୁ ଦୁଷ୍ଟ ଲୋକ ଧରା ପଡ଼ିୟାଏ।

Proverbs 10:10
ଜଣେ ୟିଏ ସତ୍ଯକୁ ଲୁଚାଏ, ସେ ଅସୁବିଧାର କାରଣ ଅଟେ। ଜଣେ ୟିଏ ଖାେଲାଖାଲିେ ଭାବରେ କଥା କୁ ହେ, ଶାନ୍ତି ବିରାଜିତ କରେ।

Proverbs 10:11
ଧାର୍ମିକ ଲୋକର ମୁଖ ଜୀବନର ନିର୍ଝର। କିନ୍ତୁ ଦୁଷ୍ଟ ଲୋକର ମୁଖ ଦୌରାତ୍ମ୍ଯ ବଢ଼ାଏ।

Proverbs 10:12
ହିଂସା କଳି ଆଣେ। କିନ୍ତୁ ପ୍ ରମେ ସବୁ ଅଧର୍ମକୁ କ୍ଷମା କରେ।

Proverbs 10:13
ବୁଦ୍ଧିମାନ୍ ଲୋକମାନଙ୍କର ଓଷ୍ଠ ରେ ଜ୍ଞାନ ଥାଏ। ମାତ୍ର ନିର୍ବୋଧର ପିଠି ପାଇଁ ବାଡ଼ି।

Proverbs 10:14
ଜ୍ଞାନୀମାନେ ଜ୍ଞାନ ସଞ୍ଚଯ କରନ୍ତି। କିନ୍ତୁ ନିର୍ବୋଧର ମୁଖ ବିନାଶକୁ ନିମନ୍ତ୍ରଣ କରେ।

Proverbs 10:15
ଧନୀ ଲୋକର ଧନ ତା'ର ଦୃଢ଼ ନଗର ସଦୃଶ। କିନ୍ତୁ ଦରିଦ୍ର ଲୋକମାନଙ୍କର ଦରିଦ୍ରତା ସମାନଙ୍କେର ବିନାଶ ଆଣେ।

Proverbs 10:16
ଧାର୍ମିକର ପରିଶ୍ରମ ପୁଣ୍ଯଜନକ, ପୁଣି ଅଧାର୍ମିକର ଆଯ ପାପଜନକ।

Proverbs 10:17
ଯେଉଁ ବ୍ଯକ୍ତି ଉପଦେଶ ଶୁଣେ, ସେ ଜୀବନ ପଥରେ ଆଗଇେ ଚାଲେ, କିନ୍ତୁ ଯେଉଁ ବ୍ଯକ୍ତି ଅନୁୟୋଗ ତ୍ଯାଗ କରେ, ସେ ଲୋକମାନଙ୍କୁ କୁପଥରେ ନିଏ।

Proverbs 10:18
ଯେ ହିଂସା ଆଚରଣ କରେ, ତା'ର ଓଷ୍ଠାଧାର ମିଥ୍ଯାବାଦୀ, ପୁଣି ଯେ ଅପବାଦ ରଚନା କରେ ସେ ଅଜ୍ଞାନ।

Proverbs 10:19
ବହୁ ବାକ୍ଯ ରେ ଅଧର୍ମର ଅଭାବ ନ ଥାଏ। ମାତ୍ର ଯେ ଆପଣା ଓଷ୍ଠାଧାରକୁ ଦମନ କରେ, ସେ ବୁଦ୍ଧିମାନ୍।

Proverbs 10:20
ଧାର୍ମିକ ପୁରୁଷମାନଙ୍କର ବାକ୍ଯଗୁଡ଼ିକ ମନୋନୀତ ରୂପାତୁଲ୍ଯ, କିନ୍ତୁ ଦୁଷ୍ଟଲୋକମାନଙ୍କର ଚିନ୍ତାର ମୂଲ୍ଯ ନ ଥାଏ।

Proverbs 10:21
ଧାର୍ମିକର ଓଷ୍ଠାଧାର, ଅନକଙ୍କେୁ ପ୍ରତିପାଳନ କରେ। ମାତ୍ର ଅଜ୍ଞାନମାନେ ନିର୍ବୋଧତା କାରଣରୁ ମୃତ୍ଯୁବରଣ କରନ୍ତି।

Proverbs 10:22
ସଦାପ୍ରଭୁଙ୍କ ଆଶୀର୍ବାଦ ଧନବାନ୍ କରେ, ପୁଣି ତାହା ଦୁଃଖ ନିବାରଣ କରେ।

Proverbs 10:23
କୁକର୍ମ କରିବା ନିର୍ବୋଧର ଆନନ୍ଦ, ସହେିପରି ଜ୍ଞାନ ବୁଦ୍ଧିମାନ୍ ପୁରୁଷର।

Proverbs 10:24
ଦୁଷ୍ଟ ଲୋକ ଯାହା ଭୟ କରେ, ତାହାହିଁ ତାକୁ ଘଟେ। ମାତ୍ର ଧାର୍ମିକର ମନୋବାଞ୍ଛା ତାକୁ ଦିଆୟାଇଥାଏ।

Proverbs 10:25
ଯେତବେେଳେ ଘୂର୍ଣ୍ଣିବାଯୁ ବ ହେ, ଦୁଷ୍ଟ ଲୋକ ଅନ୍ତର୍ଧାନ ହାଇଯେିବ। କିନ୍ତୁ ଧାର୍ମିକ ପୁରୁଷ ଅନନ୍ତକାଳସ୍ଥାଯୀ ସ୍ବରୂପ ରହେ।

Proverbs 10:26
ଯେପରି ଦନ୍ତକୁ କଟୁରସ ଓ ଚକ୍ଷୁକୁ ଧୂଆଁ ସହେିପରି ଆପଣା ପ୍ ରରକମାନଙ୍କେ ପ୍ରତି ଅଳସୁଆ,

Proverbs 10:27
ସଦାପ୍ରଭୁଙ୍କ ବିଷଯକ ଭୟର ଦିନ ବଢ଼ାଏ ! ମାତ୍ର ଦୁଷ୍ଟର ବର୍ଷ ଶଷେ କରାୟିବ।

Proverbs 10:28
ଧାର୍ମିକ ଲୋକମାନେ ଆଶା କରୁଥିବା ଆନନ୍ଦ ଆଣିଦିଏ, କିନ୍ତୁ ଦୁଷ୍ଟ ଲୋକମାନଙ୍କର ଆଶା ଧ୍ବଂସ ପାଇବ।

Proverbs 10:29
ସଦାପ୍ରଭୁ ଧାର୍ମିକ ଲୋକମାନଙ୍କୁ ସୁରକ୍ଷା କରନ୍ତି, ମାତ୍ର କୁକର୍ମକାରୀମାନଙ୍କୁ ସେ ବିନାଶ କରନ୍ତି।

Proverbs 10:30
ଧାର୍ମିକ ଲୋକମାନେ ନିରାପଦ ରେ ରହିବେ, କିନ୍ତୁ ଦୁଷ୍ଟ ଲୋକମାନଙ୍କୁ ଦେଶରୁ ବାହାର କରି ଦିଆୟିବ।

Oriya Bible