Skip to content
CHRIST SONGS .IN
TAMIL CHRISTIAN SONGS .IN
  • Lyrics
  • Chords
  • Bible
  • /
  • A
  • B
  • C
  • D
  • E
  • F
  • G
  • H
  • I
  • J
  • K
  • L
  • M
  • N
  • O
  • P
  • Q
  • R
  • S
  • T
  • U
  • V
  • W
  • X
  • Y
  • Z

Index
  • A
  • B
  • C
  • D
  • E
  • F
  • G
  • H
  • I
  • J
  • K
  • L
  • M
  • N
  • O
  • P
  • Q
  • R
  • S
  • T
  • U
  • V
  • W
  • X
  • Y
  • Z
Proverbs 13 KJV ASV BBE DBY WBT WEB YLT

Proverbs 13 in Oriya WBT Compare Webster's Bible

Proverbs 13

1 ଜ୍ଞାନୀ ପୁତ୍ର ପିତାଙ୍କର ଉପଦେଶ ଯତ୍ନ ସହକା ରେ ଶୁଣେ। କିନ୍ତୁ ଗର୍ବୀ ମୂର୍ଖ ଲୋକ କାହାରି ଉପଦେଶ ଶୁଣେ ନାହିଁ।

2 ଉତ୍ତମ ଲୋକମାନେ ସମାନଙ୍କେର ଶବ୍ଦଗୁଡ଼ିକର ଉତ୍ତମ ଫଳ ଭୋଗ କରନ୍ତି। ମାତ୍ର ବିଶ୍ବାସଘାତକ ଲୋକମାନେ ହିଂସାରୁ ଭୋଗ କରୋ

3 ଯେଉଁ ଲୋକ ଆପଣା ମୁଖର କଥାକୁ ଜଗେ ସେ ତା'ର ଜୀବନ ରକ୍ଷା କରେ। ଯେ ଚିନ୍ତା ନ କରି କ ହେ ସେ ବିନାଶ ପ୍ରାପ୍ତ ହୁଏ।

4 ଅଳସୁଆ ଯାହା ଇଚ୍ଛା କରେ, ତାହା ପାଏ ନାହିଁ। ମାତ୍ର କର୍ମଶୀଳ ଲୋକ ବା ପରିଶ୍ରମୀ ଲୋକ ତା'ର ଇଚ୍ଛାନୁସା ରେ ଫଳ ଭୋଗ କରେ।

5 ଧାର୍ମିକ ଲୋକ ମିଥ୍ଯାକୁ ଘୃଣା କରେ। ମାତ୍ର ଦୁଷ୍ଟ ଲୋକ ଲଜ୍ଜା ଭୋଗ କରେ।

6 ଧାର୍ମିକତା ସରଳ ପଥଗାମୀକୁ ରକ୍ଷା କରେ। ମାତ୍ର ଦୁଷ୍ଟତା ପାପୀକୁ ପରାସ୍ତ କରେ।

7 କହେି କହେି ଆପଣାକୁ ଧନୀ ବୋଲି ପରିଚଯ ଦିଅନ୍ତି। କିନ୍ତୁ ତା'ର କିଛି ନ ଥାଏ। ମାତ୍ର କେତକଙ୍କେର ଧନ ଥାଇ ମଧ୍ଯ ସମାନେେ ଦରିତ୍ର ପରି ଆଚରଣ କରନ୍ତି।

8 ମନୁଷ୍ଯର ଧନ ତାହାର ପ୍ରାଣର ପ୍ରାଯଶ୍ଚିତ ସ୍ବରୂପ। ମାତ୍ର ଦରିଦ୍ ରେଲାକ ଧମକ ଶୁଣେ ନାହିଁ।

9 ଧାର୍ମିକ ଲୋକେ ଆଲୋକବର୍ତ୍ତିକା ପରି, ଯାହାକି ଉଜ୍ଜ୍ବଳ ପରି ଆଲୋକ ଦିଏ।

10 ଅହଙ୍କାରରୁ କବଳେ କଳି ଉତ୍ପନ୍ନ ହୁଏ। ମାତ୍ର ସୁପରାମର୍ଶ ଗ୍ରାହକଠା ରେ ଜ୍ଞାନ ଅଛି।

11 ଅସତ୍ଯ ଉପାଯ ରେ ଅର୍ଜିଥିବା ଧନ ଧ୍ବଂସ ପାଇବ। ମାତ୍ର ସତ୍ଯ ଅର୍ଜିତ ଧନ ବୃଦ୍ଧି ପାଇବ।

12 ଆଶା ସିଦ୍ଧିର ବିଳମ୍ବ ମନର ପୀଡ଼ାଜନକ। ମାତ୍ର ବାଞ୍ଛାର ସିଦ୍ଧିଜୀବନ ବୃକ୍ଷ ସ୍ବରୂପ।

13 ଯେଉଁ ଲୋକ ପରମେଶ୍ବରଙ୍କ ବାକ୍ଯକୁ ତୁଚ୍ଛ ମନେ କରେ, ସେ ନିଜର ବିନାଶ କରେ। ମାତ୍ର ଯେ ଆଜ୍ଞାକୁ ଭୟ କରେ, ସେ ପୁରସ୍କାର ପ୍ରାପ୍ତ ହବେ।

14 ଜ୍ଞାନୀ ଲୋକର ଶିକ୍ଷା ଜୀବନ ରେ ଝର ସ୍ବରୂପ ଅଟେ, ସେ ମୃତ୍ଯୁ ଫାନ୍ଦରୁ ଅନ୍ୟକୁ ରକ୍ଷା କରେ।

15 ଜଣେ ମନୁଷ୍ଯ ୟିଏ ଭଲ ଉପଦେଶ ଦିଏ, ଅନୁଗ୍ରହ ଲାଭ କରେ କିନ୍ତୁ ପ୍ରତାରକଗଣ ସମାନଙ୍କେୁ ବିପର୍ୟ୍ଯଯକୁ ଆଗଇେ ନିଅନ୍ତି।

16 ପ୍ରେତ୍ୟକକ ଚତୁର ଲୋକ ବୁଦ୍ଧି ରେ କର୍ମ କରେ। ମାତ୍ର ମୂର୍ଖ ଅଜ୍ଞାନତା ବିସ୍ତାର କରେ।

17 ଦୁଷ୍ଟ ବାର୍ତ୍ତାବାହକ ଆପଦ ରେ ପଡ଼େ, ମାତ୍ର ବିଶ୍ବସ୍ତ ଦୃଢ଼ ସ୍ବାସ୍ଥ୍ଯଜନକ।

18 ଯେଉଁ ଜନ ଶାସନ ଅଗ୍ରାହ୍ଯ କରେ, ସେ ଦରିଦ୍ରତା ଓ ଲଜ୍ଜ୍ଯା ପାଏ। ମାତ୍ର ଯେ ଅନୁୟୋଗ ଗ୍ରହଣ କରେ, ସେ ମର୍ୟ୍ଯାଦା ପାଏ।

19 ବାଞ୍ଛା ସିଦ୍ଧି ପ୍ରାଣକୁ ଆନନ୍ଦ ଦିଏ। ଏବଂ ମନ୍ଦ ତ୍ଯାଗ କରିବା ମୂର୍ଖ ଲୋକ ପାଇଁ ଘୃଣାର ବିଷଯ।

20 ଜ୍ଞାନୀର ସଙ୍ଗୀ ହୁଅ, ତହିଁରେ ତୁମ୍ଭେ ଜ୍ଞାନୀ ହବେ। ମାତ୍ର ମୂର୍ଖମାନଙ୍କର ସଙ୍ଗୀ କଷ୍ଟଦାୟକ।

21 ପାପୀମାନଙ୍କ ପଛ ରେ ମନ୍ଦ ଅନୁସରଣ କରେ। ମାତ୍ର ଧାର୍ମିକମାନଙ୍କୁ ମଙ୍ଗଳରୂପ ପୁରସ୍କାର ଦତ୍ତ ହବେ।

22 ଉତ୍ତମ ଲୋକ ଆପଣା ଆପଣା ପୌତ୍ରମାନଙ୍କ ପାଇଁ ଅଧିକାର ଛାଡ଼ିୟାଏ। ମାତ୍ର ପାପୀର ଧନ ଧାର୍ମିକମାନଙ୍କ ପାଇଁ ସଞ୍ଚିତ ହୁଏ।

23 ଯଭେଳି ଗରୀବ ଲୋକ ତା'ର ଜମି ଚାଷ କରେ, ସେ ପ୍ରଚୁର ଶସ୍ଯ ପାଇପା ରେ କିନ୍ତୁ ଅନ୍ଯାଯ କାରଣରୁ ଏହା ବିନାଶ ହୁଏ।

24 ଯେ ବାଡ଼ି ବ୍ଯବହାର କରିବାକୁ ତ୍ରୁଟି କରେ, ସେ ଆପଣା ପୁତ୍ରକୁ ଘୃଣା କରେ। ଯେ ତାହାକୁ ପ୍ ରମେ କରେ, ସେ ଯଥା ସମୟରେ ଶାସ୍ତି ପାଏ।

25 ଧାର୍ମିକ ଆପଣା ପ୍ରାଣର ତୃପ୍ତି ପର୍ୟ୍ଯନ୍ତ ଖାଏ। ମାତ୍ର ପାପୀର ଉଦର ଅତୃପ୍ତ ଥାଏ।

  • Tamil
  • Hindi
  • Malayalam
  • Telugu
  • Kannada
  • Gujarati
  • Punjabi
  • Bengali
  • Oriya
  • Nepali

By continuing to browse the site, you are agreeing to our use of cookies.

Close