1 Chronicles 21

fullscreen1 ଶଯତାନ ଇଶ୍ରାୟେଲର ବିରୁଦ୍ଧ ରେ ଛିଡ଼ା ହେଲା। ଶଯତାନ ଇଶ୍ରାୟେଲ ଲୋକମାନଙ୍କୁ ଗଣନା କରିବା ନିମନ୍ତେ ସେ ଦାଉଦଙ୍କୁ ପ୍ରବର୍ତ୍ତାଇଲା।

fullscreen2 ତେଣୁ ଦାଉଦ ଯୋୟାବ ଓ ଲୋକମାନଙ୍କର ନେତାମାନଙ୍କୁ କହିଲେ, ୟାଅ, ଓ ଇଶ୍ରାୟେଲର ସମସ୍ତ ଲୋକଙ୍କୁ ଗଣନା କର। ବରେଶବୋ ସହରଠାରୁ ଦାନ ସହର ପର୍ୟ୍ଯନ୍ତ ଦେଶ ରେ ଥିବା ପ୍ରେତ୍ୟକକ ଜଣକୁ ଗଣନା କର। ଏହାପରେ ଆସି ମାେତେ ସତ୍ଯ କୁହ, ତବେେ ଦେଶର ଲୋକସଂଖ୍ଯା କେତେ, ତାହା ମୁଁ ଜାଣିପାରିବି।

fullscreen3 କିନ୍ତୁ ଯୋୟାବ ଉତ୍ତର ଦେଲେ, ସଦାପ୍ରଭୁ ତାଙ୍କର ଦେଶକୁ 10 0 ଗୁଣ ବର୍ଦ୍ଧିତ କରନ୍ତୁ। ମହୋଦଯ, ସମଗ୍ର ଇଶ୍ରାୟେଲର ଲୋକ ଆପଣଙ୍କ ଦାସ ଅଟନ୍ତି। ହେ ମାରେ ମହାଶୟ ଓ ରାଜା, ଆପଣା କାହିଁକି ଏହା କରିବାକୁ ଇଚ୍ଛା କରୁଅଛନ୍ତି ? ଏହା ଦ୍ବାରା ଆପଣ ଇଶ୍ରାୟେଲର ଲୋକମାନଙ୍କୁ ପାପ ଦୋଷ ରେ ଦୋଷୀ କରାଇବେ।

fullscreen4 କିନ୍ତୁ ଦାଉଦ ନିଜ ଜିଦ ରେ ଅଟଳ ରହିଲେ। ରାଜା ଯାହା ଆଦେଶ ଦେଲେ, ଯୋୟାବଙ୍କୁ ତାହା କରିବାକୁ ପଡ଼ିଲା। ତେଣୁ ଯୋୟାବ ଗଲେ ଓ ଇଶ୍ରାୟେଲର ସାରା ଦେଶ ମଧିଅରେ ଲୋକମାନଙ୍କୁ ଗଣିଲେ। ଏହାପରେ ଯୋୟାବ ୟିରୁଶାଲମକୁ ଫରେି ଆସିଲେ,

fullscreen5 ଓ ଦାଉଦଙ୍କୁ ଲୋକମାନଙ୍କର ସଂଖ୍ଯା ଜଣାଇଲେ। ଇଶ୍ରାୟେଲ ମଧିଅରେ ଖଡ୍ଗ ବ୍ଯବହାର କରୁଥିବା 11,00,000 ଜଣ ଲୋକ ଥିଲେ। ଯିହୁଦା ରେ ଖ' ବ୍ଯବହାର କରୁଥିବା 4,70,000 ଜଣ ଲୋକ ଥିଲେ।

fullscreen6 ଯୋୟାବ ଲବେୀ ଓ ବିନ୍ଯାମୀନ ଗୋଷ୍ଠୀର ଲୋକଙ୍କୁ ଗଣନା କରି ନ ଥିଲେ। କାରଣ ରାଜାଙ୍କର ଆଦେଶ ତାଙ୍କୁ ଅପ୍ରୀତିକର ଲାଗୁଥିଲା।

fullscreen7 ଦାଉଦ ପରମେଶ୍ବରଙ୍କ ଦୃଷ୍ଟି ରେ ଏକ ମନ୍ଦକର୍ମ କଲେ। ତେଣୁ ପରମେଶ୍ବର ଇଶ୍ରାୟେଲକୁ ଦଣ୍ଡ ଦେଲେ।